ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୨୦ ତାରିଖରେ ଟ୍ବିନ୍ସିଟିରେ ସ୍କୁଲ ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ ମହାନଗରରେ ସମସ୍ତ ସ୍କୁଲ ଛୁଟି ରହିବ ।ସମସ୍ତ ସରକାରୀ , ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକ ବନ୍ଦ ରହିବ । ବିପୁଳ ଜନସମାଗମ ହେବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର , କଟକ ମହାନଗର ନିଗମ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ଉପୁଜିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
