ଆସନ୍ତା ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ପରେ ଏହା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି କିଛି ପାଣିପାଗ ମଡେଲ ଆକଳନ କରିଛନ୍ତି । ତେବେ ଓଡ଼ିଶା ଉପରେ ଏହା ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ଶୁଖିଲା ରହିବ ।ତେବେ ଜିଏଫଏସ ଏହି ମଡେଲ ଦର୍ଶାଇଥିବା ବେଳେ ଅନ୍ୟ କୌଣସି ମଡେଲ ଏହି ଅବପାତ ନେଇ ପୂର୍ବାନୁମାନ କରିନାହାନ୍ତି ।ମୌସୁମୀ ଫେରିଯିବା ପରେ ବର୍ଷାର ସମ୍ଭାବନା କମୁଛି । ଏଥିସହ ରାଜ୍ୟକୁ ଧୀରେ ଧୀରେ ପ୍ରବେଶ କରିବ ଶୀତ । ସେପଟେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୨ ଦିନ ଯାଏ କାଁ ଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
