ଆସନ୍ତା ୨୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ । ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ । ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ବଜେଟ୍କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ତାହା ୫ ତାରିଖରେ ଗୃହୀତ ହେବ ବୋଲି ସୂଚନା ମିଳିଛି।ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।