ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗୁରୁବାର ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟ କେତେକ ଜିଲାରେ ପ୍ରଳବ ବର୍ଷା ହେବା ସମ୍ଭାବନା ରହିଛି।ଦକ୍ଷିଣ ଦିଗରୁ ବଙ୍ଗୋପ ସାଗରରୁ ଜଲୀୟବାଷ୍ପ ପୂର୍ଣ ବାୟୁ ଓଡିଶା ଉପକୂଳକୁ ଆସୁଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ରୁ ମଧ୍ୟମ ବର୍ଷା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ରାଜ୍ୟରେ ଜାରି ରହିବ। ପ୍ରବଳ ବର୍ଷାକୁ ନେଇ ୨୧ ଜିଲ୍ଲା ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ଼ ,ଗଂଜାମ ,ଗଜପତି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ,ମୟୁରଭଞ୍ଜ ,କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ,ବରଗଡ଼ ,ନୂଆପଡା ଓ ବଲାଙ୍ଗୀର କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ଅନ୍ୟପଟେ ମୌସୁମୀ ଟ୍ରପ୍ ଲାଇନ୍ ମଧ୍ୟ ମହାରାଷ୍ଟ୍ର ଓ ଆଖପାଖ ଅଞ୍ଚଳ ଏବଂ ବିଦର୍ଭ, ଛତିଶଗଡ଼, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବଛି। ପ୍ରତ୍ୟାବର୍ତ୍ତନ କରୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ରେଖା ଫିରୋଜପୁର, ଶୀର୍ଷା, ଚୁରୁ, ଆଜ୍ମେର, ମାଉଣ୍ଟ ଆବୁ, ଦିଶା, ସୁରେନ୍ଦ୍ରନଗର, ଜୁନାଗଡ଼ ଦେଇ ଫେରୁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।