ଏଥର ସରଗରମ ହେବ ଶୀତ ଅଧିବେଶନ । ଏହି ବର୍ଷ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ ବୋଲି କୁହାଯାଉଛି ।ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଭାବରେ ଘୋଷଣା କରାଯାଇନି । କିନ୍ତୁ ଏପରି ହେଲେ ଓଡ଼ିଶା ଇତିହାସରେ ପ୍ରଥମ ଥର ହେବ ଯେ ବିଧାନସଭା ଶୀତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କର ପୁରା କାର୍ଯ୍ୟକ୍ରମର ସୂଚୀ ଆସିନାହିଁ । ରାଷ୍ଟ୍ରପତିଙ୍କ ଚୂଡାନ୍ତ କାର୍ଯ୍ୟସୂଚୀ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଅନ୍ୟପଟେ ରାଷ୍ଟ୍ରପତି ନଭେମ୍ବର ଶେଷରେ ଆସିବାର ସମ୍ଭାବନା ଥିବାରୁ ବିଧାନସଭାକୁ ନୂଆ ରୂପରେ ସଜାଯାଉଛି ।
