ଆସନ୍ତା ୨୮ ତାରିଖରେ ବିଜେଡିର ପୋଲାଭରମ ଆନ୍ଦୋଳନ।

ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ନେଇ ବିଜେଡିର ହେବ ପୋଲାଭରମ ଆନ୍ଦୋଳନ। ଦଳ ଅଭିଯୋଗ କରିଛିି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି ହେଉଛି, ତାକୁ ଦେଖୁନାହାନ୍ତି। କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ମାଲକାନଗିରିର ଜିଲ୍ଲାର ବହୁ ଅଞ୍ଚଳ ବୁଡ଼ିଯିବ।

ପୋଲାଭରମର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଓଡ଼ିଶାର ବହୁତ କ୍ଷତି ହେବ । ତେଣୁ ମାଲକାନଗିରି ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରିବ ବୋଲି କହିଛି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।ତେବେ ପୋଲାଭରମ ପ୍ରକଳ୍ପ‌କୁ ବିରୋଧ କରି ବିଜେଡି ପକ୍ଷରୁ ମାଲକାନଗିରିର ମୋଟୁରୁ ଭୁବନେଶ୍ଵର ଯାଏଁ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ଵରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ। ଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ନେଇ ବିଜେଡି ଲକ୍ଷ୍ୟ ରଖିଛି। କିଛି ଦିନ ମଧ୍ୟରେ ଦଳ ପକ୍ଷରୁ ଆନ୍ଦୋଳନର ରୂପରେଖ ସ୍ଥିର ହେବ।

ଅଧିକ ପଢନ୍ତୁ

Odisha Darpan Digital