ଆସନ୍ତା ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ସମ୍ମିଳନୀ ହେବ। ଭିନ୍ନ ଭିନ୍ନ ରାଜ୍ୟର ବିଧାନସଭା ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଲୋକସଭାର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଏଥିପାଇଁ ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି।ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏଥିରେ ଉପସ୍ଥିତ ରହିବେ। ଦେଶର ୨୦୦ରୁ ଅଧିକ ପ୍ରତିନିଧି ଓଡ଼ିଶା ଆସୁଛନ୍ତି। ବିଭିନ୍ନ ରାଜ୍ୟର ଜାତି ଜନଜାତିଙ୍କ ଚଳଣି, ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।
