ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା । ଶୀତ ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ । ଆସନ୍ତା ୨୪ ଘଣ୍ଟା କଟକ, ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ଜାରି ରହିବାର ସମ୍ଭବନା ରହିଛି । ଶୀତ ଲହରୀକୁ ନେଇ ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ ୱାଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଘନ କୁହୁଡିର ସମ୍ଭବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ ।ଗତ ଚାରି ଦିନ ଧରି, ରାଜ୍ୟରେ ଲଗାତାର ରେକର୍ଡ ସର୍ବନିମ୍ନ ତାପମାତ୍ରା ରହିଛି । ଶିମିଳିପାଳରେ ଆଜି ସକାଳେ ତାପମାତ୍ରା ଶୂନ୍ୟ ତଳକୁ ଖସି ପାରଦ -୧ ଡିଗ୍ରୀକୁ ହ୍ରାସ ପାଇଛି । ଏହା ସହ ଜି. ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୩.୬ ଡିଗ୍ରୀ, ଝାରସୁଗୁଡାରେ ୬.୨ ଡିଗ୍ରୀ ତାପମାତ୍ରା ଏବଂ କେନ୍ଦୁଝରରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
