ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନାଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ପକ୍ଷୀ ଗଣନା ହେବ । ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ । ଏଥିସହ ଚଳିତ ବର୍ଷ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।ସମସ୍ତ ଟିମ ପାଇଁ ବାଧ୍ୟତାମୂଳକ ଭାବେ ବାଇନାକୁଲର, ଭିଏଚଏଫ, ଜିପିଏସ ବୋଟ ବ୍ୟବସ୍ଥା କରାଯାଇଛି । ପକ୍ଷୀ ଗଣନା ସମ୍ପର୍କରେ ତଥ୍ୟ ଉପସ୍ଥାପନ ସହ ସେମାନଙ୍କର ଜୀବନଶୈଳୀ, ଖାଦ୍ୟ ଓ ସେମାନେ କେଉଁ ସ୍ଥାନରୁ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ଏହି ଦଳଗୁଡିକ ପ୍ରଶିକ୍ଷଣ ନେଇ ଗଣନା କାର୍ଯ୍ୟ ଜାରି ରଖିଛନ୍ତି । ଡିଏଫଓ, ଡ଼ିଏସପି, ଏସିଏଫ, ପ୍ରାଣୀବିତ, ପକ୍ଷୀ ବିଶାରଦଙ୍କ ଭଳି ଅଭିଜ୍ଞ ଅଧିକାରୀଙ୍କ ଅଧିନରେ ଏହି ଟିମ ଆଜି ଅପରାହ୍ନ ପର୍ଯ୍ୟନ୍ତ ପକ୍ଷୀ ଗଣନା କରିବେ ବୋଲି ସୂଚନା ମିଳିଛି ।
