ଆସନ୍ତା ୪ ରେ ଦଶପଲ୍ଲା ବଣିକ ମହାସଂଘ ର ୧୪ ତମ ବାର୍ଷିକ ଉତ୍ସଵ

ଦଶପଲ୍ଲା,(ଓଡ଼ିଶା ଦର୍ପଣ):ଦଶପଲ୍ଲାର ୧୪ ଗୋଟି ବଣିକସଂଘ lକୁ ନେଇ ଗଠିତ ମହାବୀର ବଣିକ ମହାସଂଘ ଚତୁର୍ଦ୍ଧଶ ତମ ବାର୍ଷିକ ଉତ୍ସଚ ପାରମ୍ପରିକ ରୀତିରେ ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ମହା ସମାରୋହରେ ପାଳନ ହେବ ବୋଲି ମହାସଂଘର ସଭାପତି ଅଲେଖ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଉକ୍ତ ଦିନ ପ୍ରତ୍ୟୁଷରୁ ଦିନ ୩ ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲାର ସମସ୍ଥ ବ୍ୟବସୟୀ ପ୍ରତିଷ୍ଠାନ ଏହି ବାର୍ଷିକ ଉତ୍ସବ ରେ ସାମିଲ ହୋଇ ଦୋକାନ ବଜାର ୧୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। କେତେକ ଅତ୍ୟାବଶ୍ୟକ ଦୋକାନ ଓ ପ୍ରତିଷ୍ଟାନକୁ ଏଥିରୁ ବାଦ ଦିଆ ଯାଇଛି ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି।ଏହି ଦିବସରେ ଦଶପଲ୍ଲାର ପ୍ରବେଶ ପଥ ବିଶ୍ଵକର୍ମା ବଜାର ଠାରୁ ଏକ ବାଇକ ଶୋଭାଯାତ୍ରା ସମସ୍ଥ ବଜାର ପରିକ୍ରମା କରି ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀମହାବୀରଙ୍କ ମନ୍ଦିର ଠାରୁ ପ୍ରତ୍ୟାବର୍ତନ କରି ମହାସଂଘର ନିଜସ୍ୱ କାର୍ଯ୍ୟାଳୟ ଭାରତ ପେଟ୍ରୋଲ ପମ୍ପ ନିକଟକୁ ଆସିବ। ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କୁ ମାଲ୍ୟାର୍ପଣ କରିବା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ଵୃଦ୍ଧାଶ୍ରମ ଓ ଡାକ୍ତରଖାନାରେ ଥିବା ଦୁସ୍ଥ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ଅଧିବେଶନ ପୂର୍ବରୁ ବଣିକ ମାନଙ୍କ ଏକତା ପତାକା ଉତୋଳନ ପରେ ମହାସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଓ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା। ଏହି ସାରସ୍ୱତ ଉତ୍ସଵ ସ୍ଥାନୀୟ କନ୍ଧମାଳ ସାଂସଦ, ଦଶପଲ୍ଲା ବିଧାୟକ ଓ ଜନ ପ୍ରତିନଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ସଭାକୁ ନିମନ୍ତ୍ରଣ କରାଯାଇଛି।ଏ ପରିପ୍ରେକ୍ଷୀରେ ଦୁଇ ଜଣ ବାର୍ଷିଆନ ବ୍ୟବସାୟୀ ଓ ଦୁର୍ଗା ବଜାର କୁ ଶୃଙ୍ଖଳିତ ବାଜ଼ାର ଭାବେ ସମ୍ବର୍ଦ୍ଧନା କରାଯିବ। ଦିବଂଗତ ୮ ଜଣ ବ୍ୟବସାୟୀଙ୍କ ଉଦ୍ଦେଶ୍ୟ ସେ ସ୍ମୁତି ଚାରଣ ପୂର୍ବକ ନିରବ ପ୍ରାଥନା କରାଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହି ସମାବେଶରେ ୧ ହାଜାର ବ୍ୟବସାୟୀ ଅଂଶ ଗ୍ରହଣ କରିବେ।

ଅଧିକ ପଢନ୍ତୁ