ଆସନ୍ତା ୪-୫ ଦିନ ପାଇଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ

ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ହୋଇଛି। ମଙ୍ଗଳବାର ୧୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା । ସେଥିରୁ ୮ଟି ସହରରେ ପାରଦ ୩୧ ଡିଗ୍ରୀ ଅତିକ୍ରମ କରିଥିଲା ।ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୩୨.୫ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୩୧.୭, ଭୁବନେଶ୍ୱର ୩୧.୬, ଭଦ୍ରକ ୩୧.୫, ସୁନ୍ଦରଗଡ଼ ୩୧.୪, ଅନୁଗୁଳ ୩୧.୧, ଟିଟିଲାଗଡ଼ ୩୧, ପାରଳାଖେମୁଣ୍ଡି ୩୧ ଡିଗ୍ରୀ ଥିଲା ।ଏଥିସହ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏ ପାଗ ଶୁଖିଲା ରହିବ। ୪ରୁ ୫ ଦିନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତନ ହେବାର ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ଶୀତକୁ ନେଇ କୌଣସି ସତର୍କ ସୂଚନା ନଥିବା ବେଳେ ଆସନ୍ତା ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ