ବାତ୍ୟା ଦାନା ଓଡିଶା ଛାଡିବା ପରେ ରାତିର ପାରଦ ତଳକୁ ଖସିଛି । ଦିନର ତାପମାତ୍ରାରେ ମଧ୍ୟ କିଛିଟା ତଫାତ ପରିଲକ୍ଷତ ହୋଇଛି । ମେଧୁଆ ପାଗ ଲାଗି ରହିଥିବାରୁ ଆଜି ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ୩୦ ଡିଗ୍ରୀ ତଳକୁ ଖସିଛି । ସେହିପରି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରୀ ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଆସିଛି । କିନ୍ତୁ କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷ ହୋଇପାରେ |