ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଆସନ୍ତା ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଛି । ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ । ତେବେ ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ବହୁତ ଶକ୍ତିଶାଳୀ । ଏଭଳି ଗ୍ରହଣ ୧୦୦ ବର୍ଷରେ ଥରେ ଘଟେ । ଏହା ଭାରତ ତଥା ଓଡ଼ିଶା ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟ ମହାସାଗର ଆଦି ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି । ରାତି ୯ଟା ୫୭ ମିନିଟରେ ଗ୍ରହଣ ସ୍ପର୍ଶ କରିବ ।
ରାତି ୧୧ଟା ୧ ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହେବ । ରାତି ୧୧ଟା ୪୨ ମିନିଟ ଓ ରାତି ୧୨ଟା ୨୩ ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ । ରାତି ୧ଟା ୨୭ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ମଧ୍ୟାହ୍ନ ୧୨ଟା ୫୭ ମିନିଟଠାରୁ ପାକତ୍ୟାଗ ସହ ଅନ୍ନ ଭୋଜନ ତଥା ଦେବନୀତି ନିଷେଧ ରହିବ । ପ୍ରାୟ ୩.୫ ଘଣ୍ଟା ପର୍ଯ୍ୟନ୍ତ ରହିବ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗହଣ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ରହିବ ବୋଲି ମତ ଦେଇଛନ୍ତି ଜ୍ୟୋତିଷ । ଚନ୍ଦ୍ରଗ୍ରହଣ ପାଇଁ ସୂତକ କାଳ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।