ଆସନ୍ତା ୯ ତାରିଖ ସୋମବାର ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ। ନୂଆଁଖାଇ ପାଇଁ ୯ ତାରିଖକୁ ରାଜ୍ୟ ସରକାର ଛୁଟି ଦିବସ ଘୋଷଣା କରିଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। ଶନିବାର ଗଣେଶ ଚତୁର୍ଥୀ ଲାଗି ବ୍ୟାଙ୍କ ବନ୍ଦ ରହିଥିବାବେଳେ ରବିବାର ଛୁଟି ଦିନ ରହିଛି। ସୋମବାର ବି ଛୁଟି ଥିବାରୁ ଆସନ୍ତା ୧୦ ତାରିଖ ମଙ୍ଗଳବାର ଦିନ ବ୍ୟାଙ୍କା ଖୋଲିବ ବୋଲି ସୂଚନା ମିଳିଛି।