ଆସାମ ବିଧାନସଭା ଗୁରୁବାର ବହୁବିବାହକୁ ନିଷିଦ୍ଧ କରିବା ପାଇଁ ଏକ ଐତିହାସିକ ବିଲ୍ ପାସ୍ କରିଛି । ବହୁବିବାହ ନିଷେଧ କରିବା ପାଇଁ ଏକ ବିଲ୍ ପାସ୍ ହୋଇଛି। ଏହି ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ଏକ ଫୌଜଦାରୀ ଅପରାଧ ବୋଲି ବିବେଚନା କରାଯିବ ଏବଂ କିଛି ବ୍ୟତିକ୍ରମ ସହିତ, ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ପୀଡିତାଙ୍କୁ ୧.୪୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ମଧ୍ୟ ଅଛି।ଗୁରୁବାର ଗୃହୀତ ହୋଇଥିବା ବିଲ୍ ସ୍ପଷ୍ଟ କରିଛି ଯେ ଏହି ଆଇନ ସମସ୍ତ ସମ୍ପ୍ରଦାୟ ପାଇଁ ଲାଗୁ ହେବ । ତେବେ ଅନୁସୂଚିତ ଜନଜାତି (ST) ଏବଂ ଷଷ୍ଠ ଅନୁସୂଚୀ କ୍ଷେତ୍ରଗୁଡ଼ିକୁ ବାଦ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶର୍ମା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ବିଲ୍ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବିରୁଦ୍ଧରେ ନୁହେଁ ଏବଂ ସମସ୍ତ ସମାଜରେ ମହିଳାମାନଙ୍କର ସମାନତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି ।ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ସରକାରଙ୍କ ଆବେଦନ ସତ୍ତ୍ୱେ, AIUDF ଏବଂ CPI(M) ସେମାନଙ୍କର ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର କରିନଥିଲେ । ଭୋଟ ସମୟରେ ସେମାନଙ୍କର ପ୍ରସ୍ତାବଗୁଡ଼ିକ ଧ୍ୱନି ମତରେ କାଟ୍ ଖାଇଥିଲା । ସରକାର ଏହାକୁ ମହିଳାଙ୍କ ସ୍ୱାର୍ଥରେ ଏକ ସାମାଜିକ ସଂସ୍କାର ଭାବରେ ବର୍ଣ୍ଣନା କରିଥିଲେ । ଅନ୍ୟପଟେ ବିରୋଧୀ କିଛି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ।
ୟୁସିସି କାର୍ଯ୍ୟକାରୀ କରିବା ପ୍ରତିଶ୍ରୁତି ଦେଇ ଶାର୍ମା ଗୃହରେ ଘୋଷଣା କରିଥିଲେ ଯେ ଯଦି ସେ ଆସନ୍ତା ବର୍ଷର ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ କାର୍ଯ୍ୟକାଳର ପ୍ରଥମ ଅଧିବେଶନରେ ବିଲ୍ ଆଗତ କରାଯିବ ଏବଂ କାର୍ଯ୍ୟକାରୀ କରାଯିବ ।
