ଆସାମ, କେରଳ ଓ ପୁଡୁଚେରି ବଧାନସଭା ନିର୍ବାଚନ ପାଇଁ ଆଜି ଅପରାହ୍ଣ ୫ଟାରେ ପ୍ରଚାର ଶେଷ ହୋଇଛି। ଭାରତୀୟ ନିର୍ବାଚନ ଆୟୋଗ (ECI) ଘୋଷଣା କରିଛନ୍ତି ଯେ, ଏପ୍ରିଲ୍ ୭ ତାରିଖ (ମଙ୍ଗଳବାର) ସନ୍ଧ୍ୟା ୫ଟାରୁ ରାଜ୍ୟରେ ‘ସାଇଲେଣ୍ଟ ପିରିୟଡ୍’ (Silent Period) ବା ନୀରବ ଅବଧି ଲାଗୁ ହେବ। ମତଦାନ ଶେଷ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଏହି କଟକଣା ଆରମ୍ଭ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ କ’ଣ କରିପାରିବେ ଏବଂ କ’ଣ କରିପାରିବେ ନାହିଁ, ସେନେଇ ଆୟୋଗ ପକ୍ଷରୁ ସ୍ପଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି।ଆସାମରେ ୧୨୬ ବିଧାନସଭା ଆସନ ଥିବା ବେଳେ ବିଭିନ୍ନ ଦଳରୁ ୭୨୨ ଜଣ ପ୍ରାର୍ଥୀ ଅଛନ୍ତି।କେରଳରେ ୧୪୦ ବିଧାନସଭା ଆସନରେ ଆସନ୍ତା ଗୁରୁବାର ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଏଠାରେ ବିଭିନ୍ନ ଦଳର ମୋଟ୍ ୮୯୦ ଜଣ ପ୍ରାର୍ଥୀ ଆଜି ଶେଷଦିନରେ ଜୋରଦାର ପ୍ରଚାର କରିଛନ୍ତି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରିରେ ୩୦ଟି ବିଧାନସଭା ଆସନ ଲାଗି ପ୍ରଚାର ଶେଷ ହେଇଛି। ଏଠାରେ ମୋଟ୍ ୨୯୧ ଜଣ ପ୍ରାର୍ଥୀ ଶେଷଦିନରେ ଘମାଘୋଟ୍ ପ୍ରଚାର କରିଛନ୍ତି।ଏବେ ଏପ୍ରିଲ ୯ ତାରିଖରେ ଭୋଟ୍ ଗ୍ରହଣ ଓ ମେ ୪ ତାରିଖରେ ଗଣତି ଏବଂ ଫଳାଫଳ ଘୋଷଣାକୁ ଅପେକ୍ଷା ।
