ଆଜି ଆସାମ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ। ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୨୯୬ ଆସନରେ ଭୋଟ୍ ଗ୍ରହଣ ହେଉଛି । ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।ଆସାମର ୧୨୬ ଆସନରେ ହେଉଛି ମତଦାନ। ପୁଡୁଚେରୀର ୩୦ଟି ଆସନ ପାଇଁ ହେଉଛି ଲଢେଇ। କେରଳର ୧୪୦ ଆସନ ପାଇଁ ହେଉଛି ଭୋଟ ଗ୍ରହଣ।ଫଳାଫଳ ଆସନ୍ତା ୪ ତାରିଖରେ ଆସିବ ।ଆସାମରେ ହମନ୍ତ ବିଶ୍ୱଶର୍ମା ଓ ଗୌରବ ଗୋଗେଇଙ୍କ ମଧ୍ୟରେ ମୁକାବିଲା ହେବ । ସେହିପରି କେରଳରେ ଏଲଡିଏଫ ଓ ୟୁଡିଏଫ ମଧ୍ୟ ସିଧା ସଳଖ ଟକ୍କର ହେବ । ଆଉ ପୁଡୁଚେରୀରେ ଏନଡିଏ-ୟୁପିଏ ମଧ୍ୟରେ ଲଢ଼େଇ ହେବ ।
