ଆସିଣ୍ଟାଣ୍ଟ ଟ୍ୟାକ୍ସ କମିଶନର୍ ଗିରଫ

ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ ଲାଞ୍ଚ ନେଇ ଧରାପଡିବା ପରେ ଗିରଫ କଲା ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଘରୁ ମିଳିଲା ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା । ୬୦ ଲକ୍ଷର ଡିପୋଜିଟ୍ ସହ ୨୨୨ ଗ୍ରାମ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ସୂଚନାମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ରାଜ୍ୟ ଟିକସ ବିଭାଗର ସହକାରୀ କମିସନର। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ଜଣକ ହେଉଛନ୍ତି ସରିତା ବାରିକ। ଭୁବନେଶ୍ୱର-iv ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପରିଶୋଧ ଏବଂ ଜରିମାନା ଛାଡ କରିବା ପାଇଁ ଏହି ଲାଞ୍ଚ ନେଉଥିଲେ।

ଅଧିକ ପଢନ୍ତୁ