ଆସିଲା ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ

ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ ସୋମବାର ସାମ୍ନାକୁ ଆସିଛି । କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି । ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି।୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।ମୋଟ ୧୬, ୪୧୭ ଘର ପ୍ରଭାବିତ ଓ ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ।୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ। ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ।

ଅଧିକ ପଢନ୍ତୁ