ଆସିଲା +୨ ପରୀକ୍ଷା ତାରିଖ; ଜାନୁଆରି ୨ରୁ ପ୍ରାକ୍ଟିକାଲ

ଫେବୃୟାରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ। ମାର୍ଚ୍ଚ ୨୧ରେ ସରିବ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୋଷଣା ନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପିଲାମାନଙ୍କୁ ଡିସେମ୍ବର ୧୫ ତାରିଖରୁ ଆଡୋମିଟ୍ କାର୍ଡ ଦିଆଯିବ ବୋଲି ସୂଚନା ଦିଆଯାଇଛି । ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ । ମୋଟ ୧୩୫୦ଟି କେନ୍ଦ୍ରରେ ହେବ ପରୀକ୍ଷା ।ଜାନୁଆରୀ ୨ରୁ ୧୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ୱେବ କାଷ୍ଟ ବ୍ୟବସ୍ଥା ହେବ । ୪୦ ଦିନରେ ରେଜଲ୍ଟ ବାହାରିବ । କପି ରୋକିବାକୁ ଏଆଇ ସହାୟତା ନିଆଯିବ ।

ଅଧିକ ପଢନ୍ତୁ