ହରେ ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ। ବଜାରରେ ସବୁ ଦର ବଢ଼ିବା ସହିତ ଆସିକା ଚିନି କଳ କ୍ଷତି ସହୁଥିଲେ ମଧ୍ୟ ୫ ବର୍ଷ ହେଲା କାହିଁକି ଆସ୍କା-୪୦ଦର ବଢ଼ିନି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଚିନି କଳ ପରିଚାଳନାରେ ଏହା ସମସ୍ୟା ବୋଲି ଦର୍ଶାଇ ପଶ୍ନ କରିଥିଲେ।ତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଆସିକା ଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ନିଃ ମୂଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ଯ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରୟ ମୂଲ୍ୟ ଠାରୁ ଅଧିକ ରହିଛି । ଏଣୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ସୁରା (country liquor ) ପ୍ରସ୍ତୁତ କରି ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଯୋଗାଇ ଦିଆଯାଉଛି । ଏ ବାବଦକୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦେଶୀ ସୁରାର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରିଥାନ୍ତି । ବର୍ତ୍ତମାନ ଏହି ସୁରାର ବୋତଲ ପ୍ରତି ସର୍ବାଧିକ ବିକ୍ରୟ ମୂଲ୍ୟ ଟ.୬୦ ଧାର୍ଯ୍ୟ ଅଛି ।