ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ୱଲପୁର ଗସ୍ତରେ ଯାଇଥିଲେ। ସେ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଜେଲ୍ ରୋଡ୍ରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ସାଥୀରେ ଥିଲେ ନିଜ କର୍ମଚାରୀ।ଜେଲ୍ ଛକ ନିକଟରେ ଥିବା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଆହାର ଭୋଜନ କରିଛନ୍ତି । ପ୍ରଥମେ ସାଧାରଣ ମଣିଷ ପରି ଲାଇନରେ ଛିଡା ହେବା ପରେ ସେ ଆହାର ଖାଇ ମାନ ପରୀକ୍ଷା କରିଛନ୍ତି । ନିଜ ଟିକେଟ କାଉଣ୍ଟର ଯାଇ ଟିକେଟ୍ ନେଇଥିଲେ ଓ ଟିକେଟ୍ ଦେଇ ଆହାର ଆଣି ଖାଇଥିଲେ । ଏହି ସମୟରେ ସେଠାରେ ଖାଦ୍ୟ ଖାଉଥିବା ଅନ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।ଆଲୋଚନା ବେଳେ କିଛି ଲୋକ ଅଭିଯୋଗ କରିଥିଲେ। ଯେଉଁଥିପାଇଁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଅଭିଯୋଗ ଅନୁସାରେ ଆହାର କେନ୍ଦ୍ରକୁ ମନ୍ତ୍ରୀ ଆସିବା ପୂର୍ବରୁ କେତେକ ଲୋକଙ୍କୁ ଟୋକନ୍ ନଥିବା କହି ଫେରାଇ ଦିଆଯାଇଥିଲା। ଯଦି ଟୋକନ ନଥିଲା, ତାହାହେଲେ ମୋତେ କେମିତି ମିଳିଲା ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି। ପରେ ଆହର କେନ୍ଦ୍ରର କର୍ମଚାରୀଙ୍କୁ ମଧ୍ୟ ଆହାର ବଣ୍ଟନ ଓ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି ।