ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ ।ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ଓ ବାଲେଶ୍ୱରରେ ୫.୬ ଡିଗ୍ରୀ ରହିଛି ତାପମାତ୍ରା। ସେହିପରି କେନ୍ଦୁଝର ୬.୪, ଚାନ୍ଦବାଲି ୫.୬ ଓ ପାରାଦୀପରେ ୬.୨ ଡିଗ୍ରୀ ରହିଛି ତାପମାତ୍ରା।ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ ।
ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ଆକଳନ କରିଛି ପାଣିପାଗ ବିଭାଗ । ଖାଲି ଶୀତ ନୁହେଁ, କୁହୁଡି ବି କଲବଲ କରୁଛି । ସକାଳ ଏବଂ ସନ୍ଧ୍ୟା ସମୟରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି । ତେଣୁ ଗାଡି ଚାଳକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
