ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା ରହିବ । ଆହୁରି ୭ ଦିନ ଯାଏଁ ରେଡ୍ ଆଲର୍ଟ ଭିତରେ ରହିବ ବିମାନ ବନ୍ଦର । ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି, ବିସିଏଏସ୍ ବିମାନବନ୍ଦରରେ ଜାରି ହୋଇଥିବା ରେଡ୍ ଆଲର୍ଟକୁ ଆହୁରି ୭ ଦିନ ପାଇଁ ବୃଦ୍ଧି କରିଛି । ତେବେ ବର୍ଦ୍ଧିତ ସୁରକ୍ଷା ପ୍ରୋଟୋକଲର ଅଂଶ ଭାବରେ, ଟର୍ମିନାଲରେ ସମସ୍ତ ଅଣ-ଯାତ୍ରୀ ପରିଦର୍ଶକଙ୍କ ପ୍ରବେଶକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସାଧାରଣତଃ, ପ୍ରତିଦିନ ପର୍ଯ୍ୟଟକ, ସମ୍ପର୍କୀୟ ଏବଂ ଯାତ୍ରୀଙ୍କ ବନ୍ଧୁ ସମେତ ପ୍ରାୟ ୨୦୦ ପରିଦର୍ଶକ ବିମାନବନ୍ଦରକୁ ପ୍ରବେଶ କରନ୍ତି । ଯାହାକୁ ନେଇ ମଧ୍ୟ କଟକଣା ଜାରି ହୋଇଛି । ବିସିଏଏସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଏହି ସୁବିଧା ବନ୍ଦ ରହିବା ବେଳେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କୌଣସି ପରିଦର୍ଶକ ପାସ୍ ଜାରି କରାଯିବ ନାହିଁ।
