ଆୟକର ବିଲ-୨୦୨୫ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ କରିଥିଲେ।କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଆୟକର ବିଲ୍‌କୁ ପ୍ରତ୍ୟାହାର କରିଛନ୍ତି।ଏହି ବିଲ ୬ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧କୁ ବଦଳାଇବ। ଭାଜପା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ସିଲେକ୍ଟ କମିଟି ଏହାକୁ ସମୀକ୍ଷା କରିବା ପରେ ଅନେକ ସଂଶୋଧନ କରିଛି। ନୂତନ ଆୟକର ବିଲ ବିଷୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସ୍ଲାବ ବିଷୟରେ।

ଆୟକର ବିଭାଗ ସ୍ପଷ୍ଟ କରିଥିଲା ଯେ ନୂତନ ବିଲରେ ଟିକସ ସ୍ଲାବ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ ନାହିଁ। ଆୟକର ବିଭାଗ ଅନୁଯାୟୀ, ନୂତନ ବିଲର ଉଦ୍ଦେଶ୍ୟ ହେଉଛି ଭାଷାକୁ ସରଳ କରିବା ଏବଂ ଅନାବଶ୍ୟକ ବ୍ୟବସ୍ଥାକୁ ହଟାଇବା।

ଅଧିକ ପଢନ୍ତୁ