ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭକୁ ଯିବା ବେଳେ ଦୁର୍ଘଟଣା

ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ରମକୁ ଯିବା ବେଳେ ଦୁର୍ଘଟଣା । ଆଠଗଡ-ମୁଣ୍ଡଳୀ ରାସ୍ତାର ଛତାବର ଛକରେ ବସକୁ ଧକ୍କା ଦେଲା ଟ୍ରକ୍ । ଫଳରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନେ ସମସରପୁର ପଞ୍ଚାୟତର ବୋଲି ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।ଆଜିଠାରୁ ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ।

ଅଧିକ ପଢନ୍ତୁ

kc ads