ଇଂରାଜୀ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛାଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ।ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହିତ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି |ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ‘ସମସ୍ତଙ୍କୁ ଏକ ଚମତ୍କାର ୨୦୨୪ କାମନା କରୁଛି’ ଏହି ବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧତା, ଶାନ୍ତି ଏବଂ ଉନ୍ନତ ସ୍ବାସ୍ଥ୍ୟ ଆଣୁ ବୋଲି ଲେଖିଛନ୍ତି।