ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ା ହେବ ‘ବାଲୁକା କଳା’ ପାଠ୍ୟକ୍ରମ । ଏହି ପାଠ୍ୟକ୍ରମ ଅନ୍ଲାଇନ ମାଧ୍ୟମରେ ପଢ଼ାଯିବ । ଇଗ୍ନୋ ପକ୍ଷରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଭାଗିତାରେ ୨ଟି କୋର୍ସକୁ ଲୋକାର୍ପିତ କରାଯାଇଛି । ‘ବାଳୁକା କଳାର ପରିଚୟ’ ଓ ‘ବାଳୁକା କଳାର ନୀତି ଓ ଶୈଳୀ’ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ଦୁଇଟି କୋର୍ସ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର SWAYAM ପ୍ଲାଟଫର୍ମରେ ଉପଲବ୍ଧ ହେବ, ଯାହାର ଠିକଣା ହେଉଛି onlinecourses.swayam2.ac.in
ଇଚ୍ଛୁକ ଶିକ୍ଷାର୍ଥୀମାନେ ସ୍ୱୟଂ ପ୍ଲାଟଫର୍ମରେ ନିଜର ନାମ ପଞ୍ଜୀକରଣ କରିପାରିବେ । ସେପ୍ଟେମ୍ବର ୧୫ ତାରିଖ ଯାଏ ଅନ୍ଲାଇନ ପଞ୍ଜୀକରଣର ସୁଯୋଗ ରହିଛି । ଏହି ପାଠ୍ୟକ୍ରମ ନଭେମ୍ବର ୧୫ ତାରିଖ ଯାଏ ଚାଲିବ । ଦୁଇଟି ଯାକ ପାଠ୍ୟକ୍ରମ ଶିକ୍ଷାର୍ଥୀଙ୍କୁ ବାଲୁକା କଳାର ମୌଳିକ ତତ୍ତ୍ୱ ସହ ପରିଚିତ କରାଇବ ।
ଇଗ୍ନୋରେ ଚାଲିଥିବା ଜୁଲାଇ-୨୦୨୫ ଶିକ୍ଷା ଅଧିବେଶନ ପାଇଁ ନାମଲେଖା ଅବଧିକୁ ଆସନ୍ତା ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି । ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା, ସାର୍ଟିଫିକେଟ୍ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଏନେଇ ସମସ୍ତ ସୂଚନା ପାଇଁ www. ignou.ac.in ଓ ଫୋନ୍ ନମ୍ବର ୦୬୭୪-୨୯୭୧୦୭୧ରେ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।କୋର୍ସ ସମ୍ପୂର୍ଣ୍ଣ କରିବା ପରେ SWAYAM ସାର୍ଟିଫିକେଟ ପାଇବା ପାଇଁ ଛାତ୍ରମାନଙ୍କୁ ଦୁଇ ପ୍ରକାରର ମୂଲ୍ୟାଙ୍କନରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ