ଇଟାମାଟି ପଞ୍ଚାୟତରେ ବିଜେପି ଛାଡି ବିଜେଡିରେ ଯୋଗଦେଲେ ୩୦ପରିବାର

ନୟାଗଡ଼: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି।

ଆଜି ଏହି ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସାମିଲ ହେବା ଏବଂ ନୟାଗଡ଼ ବିଧାୟକ ଡ଼ଃ. ଅରୁଣକୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀଦଳର କର୍ମୀମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ବିଜୁ ଜନତା ଦଳରେ ଏହି ୩୦ପରିବାର ଯୋଗ ଦେବା ପରେ ଇଟାମାଟି ପଞ୍ଚାୟତରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡିରେ ସାମିଲ ହୋଇଥିବା ମହିଳାମାନେ ବକ୍ତବ୍ୟରେ କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ, ସମାଜସେବୀ ପ୍ରଦୀପ ସେଠୀ, ସମିତିସଭ୍ୟା ଗୋଲାପ ରାଣୀ ସେଠୀ, ନୟାଗଡ଼ ବ୍ଳକ ବିଜେଡି ସଭାପତି ଅଜିତ କୁମାର ସାହୁ, ସମାଜସେବୀ ପ୍ରଫୁଲ କୁମାର ଜେନା, ଶରତ ସାହୁ, କିଶୋର ନାୟକ, ଉମେଶ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ସଚ୍ଚି ସାଥୁଆ, ଭାଗିରଥି ବାଇ, ସତ୍ୟନାରାୟଣ ସୁବୁଦ୍ଧି, ଗଗନ ବିହାରୀ ମିଶ୍ର, ଦିଲ୍ଲୀପ କୁମାର ପଟ୍ଟନାୟକ, ସୁଧିର କୁମାର ପୃଷ୍ଟି, ମାନସ ସାହୁ, ଦୀପକ କୁମାର ପଟ୍ଟନାୟକ, ବଛେଇ ରାଉତରାୟ ଓ ସୁଶାନ୍ତ କୁମାର ରାୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ।

ଅଧିକ ପଢନ୍ତୁ

kc ads