ଇଟାମାଟି ସରକାରୀ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ସରକାରଙ୍କ ନିର୍ଦ୍ଦେଶ ମୁତାବକ ଇଟାମାଟି ସରକାରୀ ଉପ୍ରା ବିଦ୍ୟାଳୟରେ ଏପ୍ରିଲ ୨ ତାରିଖରୁ ପ୍ରଵେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ପାଳନ କରାଯାଉଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହରାପ୍ରିୟା ସ୍ବାଇଁଙ୍କ  ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଉତ୍ସବକୁ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସୁରଜ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଶିକ୍ଷକ  ରାଜେଶ କୁମାର ମିଶ୍ର ବରିଷ୍ଠ ଶିକ୍ଷୟିତ୍ରୀ ଉଷାମଣି ମିଶ୍ର ,ପ୍ରିୟଦର୍ଶିନୀ ମହାପାତ୍ର,ମମତା ମହାପାତ୍ର ଓ କଳ୍ପାଲତା ସାହୁ ନବାଗତ ଛାତ୍ର/ଛାତ୍ରୀଙ୍କୁ ଫୁଲ, ଚନ୍ଦନ ଓ ମିଷ୍ଟାନ୍ନ ଦେଇ ଖଡ଼ିଛୁଆଁ କାର୍ଯ୍ୟ ସମାପନ କରିଥିଲେ। ଆରମ୍ଭରୁ ବିଦ୍ୟାଳୟର ଛାତ୍ରଛାତ୍ରୀ  ଗ୍ରାମ ପରିକ୍ରମା କରି ନାମଲେଖା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଶିକ୍ଷକ ଅଶୋକ ମଲ୍ଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital