ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ।ଗତକାଲି ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ମାଡ଼ି ବସିଥିଲା ସିବିଆଇ। ଧରିବା ପରେ ତାଙ୍କୁ ରାତି ତମାମ ଜେରା କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ଭକ୍ତି ବେହେରା ନାମକ ଜଣେ ଦଲାଲ ମାଧ୍ୟମରେ ସେ ୨୦ ଲକ୍ଷ ଲାଞ୍ଚ ନେଉଥିଲେ। ତାଙ୍କ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ । ଗତ ଜାନୁଆରୀ ୮ରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଜୁଲୁଙ୍କ କଂପାନୀ ଲିଙ୍କରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ବିଭିନ୍ନ କାଗଜପତ୍ର ଜବତ ହୋଇଥିଲା । ଏ ସଂପର୍କିତ ମାମଲା ଦଫାରଫା କରିବାକୁ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ପ୍ରଥମ କିସ୍ତିରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

ଅଧିକ ପଢନ୍ତୁ

Odisha Darpan Digital