ଇଡି ରାଡାରରେ କ୍ରିକେଟର ଶିଖର ଧାଓ୍ୱନ

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ସ୍କାନରରେ ରହିଛନ୍ତି। ଗୁରୁବାର ଇଡି ପକ୍ଷରୁ ଧଓ୍ବନଙ୍କୁ ପଚରାଉଚରା କରାଯିବା ଲାଗି ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି। ଅନଲାଇନ ବେଟିଂ ଆପ୍ ସହିତ ମାମଲା ଜଡ଼ିତ ରହିଛି। ଧଓ୍ବନ 1XBet ଆପ୍‌ ପ୍ରମୋସନ କରିଥିବାରୁ ଇଡି ତାଙ୍କୁ ଯାଞ୍ଚ ତାଲିକାରେ ସାମିଲ କରିତିଲା। ପୂର୍ବରୁ କ୍ରିକେଟର ସୁରେଶ ରାଇନାଙ୍କୁ ବି ଇଡି ପକ୍ଷରୁ ଜେରା କରାଯାଇଥିଲା।ଇଡି ନିକଟ ଅତୀତରେ ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ବିରୋଧରେ ତଦନ୍ତକୁ ତୀବ୍ର କରିଛି । ତଦନ୍ତକାରୀ ସଂସ୍ଥା ଏହିପରି ବେଟିଂ ପ୍ଲାଟଫର୍ମ ପାଇଁ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ କ୍ରିକେଟରମାନଙ୍କ ଦ୍ୱାରା କରାଯାଉଥିବା ବିଜ୍ଞାପନ ଉପରେ ଧ୍ୟାନ ଦେଉଛି । ନିଷିଦ୍ଧ ବେଟିଂ ପ୍ଲାଟଫର୍ମ 1xBet, FairPlay, Parimatch ଏବଂ Lotus365 ପାଇଁ ବିଜ୍ଞାପନରେ ଏହି ମାମଲା ଚାଲିଛି ।

ଅଧିକ ପଢନ୍ତୁ