ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା ଆରମ୍ଭ

ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ବଡ଼ କଥା ହେଲା ଏହି ସର୍ଭିସରେ ଡାକ ବିଭାଗରୁ ଆପଣଙ୍କୁ ଲିଖିତ ଗ୍ୟାରେଣ୍ଟି ମିଳିବ। ଯଦି ନିର୍ଦ୍ଧାରିତ ସମୟରେ ଡେଲିଭରି ନହୁଏ, ତେବେ ‘ମନି ବ୍ୟାକ୍ ଗ୍ୟାରେଣ୍ଟି’ ଅନୁସାରେ ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ହୋଇଯିବ।ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ୍‌,
ବେଙ୍ଗାଲୁରୁ ଏବଂ ଚେନ୍ନାଇରେ ଏହି ସେବା ଆରମ୍ଭ ହୋଇଥିବାବେଳେ ପରେ ଅନ୍ୟ ସହରରେ ଉପଲବ୍ଧ ହେବ। ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି ସେବାରେ ୫୦ ଗ୍ରାମ ଓଜନର ଡାକସେବା ପାଇଁ ଦେୟ ୩୮ ଟଙ୍କା, ୨୫୧ରୁ ୫୦୦ ଗ୍ରାମ୍‌ ଓଜନର ଡାକସେବା ମୂଲ୍ୟ ୨୦୦୦ କି.ମି.ରୁ ଅଧିକ ସ୍ଥାନ ପାଇଁ ୧୮୬ ଟଙ୍କା ରଖାଯାଇଛି।କ୍ଷୁଦ୍ର ଏବଂ ବଡ଼ ବ୍ୟବସାୟକୁ ଆକର୍ଷିତ କରିବା ପାଇଁ ବିଭାଗ ଅନେକ ଖାସ ଫିଚର୍ସ ଆଣିଛି। ବଲ୍କ ଅର୍ଡର ପାଇଁ ମାଗଣା ପିକଅପ୍ ସୁବିଧା ମିଳିବ। ବ୍ୟବସାୟ ପାଇଁ କେନ୍ଦ୍ରୀକୃତ ବିଲିଂ ଏବଂ API ସମନ୍ୱୟ ଭଳି ବିକଳ୍ପ ଉପଲବ୍ଧ। ଏହା କମ୍ପାନିଗୁଡ଼ିକୁ ସେମାନଙ୍କର ପାର୍ସଲଗୁଡ଼ିକୁ ଟ୍ରାକ୍ ଏବଂ ପରିଚାଳନା କରିବା ପାଇଁ ଡାକ ବିଭାଗର ସିଷ୍ଟମ ସହିତ ସିଧାସଳଖ ସଂଯୋଗ କରିବାକୁ ଅନୁମତି ଦିଏ।

୨୪ ସ୍ପିଡ୍ ପୋଷ୍ଟ: ଏଥିରେ ଆପଣଙ୍କୁ ଜରୁରୀ ଡକ୍ୟୁମେଣ୍ଟ ବୁକିଂର ଠିକ ପରଦିନ ହିଁ ପହଞ୍ଚିଯିବ।
୨୪ ସ୍ପିଡ୍ ପୋଷ୍ଟ ପାର୍ସଲ: ଏହା ଓଜନିଆ ସାମଗ୍ରୀ କିମ୍ବା ବକ୍ସ ପାଇଁ। ଏହାକୁ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ପହଞ୍ଚାଇଦିଆଯିବ।
୪୮ ସ୍ପିଡ୍ ପୋଷ୍ଟ: ଏଥିରେ ଆପଣଙ୍କ ପାର୍ସଲକୁ ପହଞ୍ଚାଇବା ପାଇଁ ୨ଦିନ ବା ୪୮ ଘଣ୍ଟାର ସମୟ ଲାଗିବ। ଏହା କିଛିଟା ଶସ୍ତା ହୋଇପାରେ।

ଅଧିକ ପଢନ୍ତୁ