ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର

ନିଜ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗ୍‌ରେ ୯୦.୨୩ ମିଟର୍ ଜାଭେଲିନ୍ ଥ୍ରୋ’ କରି କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ।ନୀରଜ ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି। ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି। ଜର୍ମାନୀର ଜୁଲିୟନ ଓ୍ଵେବର ୯୧.୦୬ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି। ୱେବର ନିଜର ଷଷ୍ଠ ପ୍ରୟାସରେ ଏହି ସଫଳତା ପାଇଛନ୍ତି । ନୀରଜଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ତଥା ଓଡ଼ିଶାର କିଶୋର ଜେନା ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି । ଲିଗ୍‌ରେ ନୀରଜ ନିଜର ପ୍ରଥମ ପ୍ରୟାସରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ୮୮.୪୪ ମିଟର ଜାଭେଲିନ୍ ଥ୍ରୋ’ କରିଥିଲେ । ତେବେ ଦ୍ୱିତୀୟ ପ୍ରୟାସ ଫାଉଲ୍ ରହିଥିବା ବେଳେ ତୃତୀୟ ପ୍ରୟାସରେ ସଫଳତା ପାଇଥିଲେ । ପ୍ରଥମ ଥର କୌଣସି ଭାରତୀୟ ୯୦ ଦୂରତା ଅତିକ୍ରମ କରିଛନ୍ତି। ନୀରଜ ଜାଭେଲିନ ଫିଙ୍ଗାରେ ଜାତୀୟ ରେକର୍ଡ ନିଜ ନାଁରେ କରିଛନ୍ତି। ନୀରଜ ଚୋପ୍ରା ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଛନ୍ତି।

ଅଧିକ ପଢନ୍ତୁ

kc ads