ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ । 

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ରଚିଲେ ଇତିହାସ । ତୃତୀୟ ଥର ପାଇଁ ଅନ୍ତରୀକ୍ଷକୁ ଉଡ଼ାଣ ଭରିଲେ ସୁନୀତା ୱିଲିୟମ୍ସ । ଫ୍ଲୋରିଡାର କାନଭେରାଲ ସ୍ପେସ ଫୋର୍ସ ଷ୍ଟେସନରୁ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମିଶି ଉଡାଣ ଭରିଛନ୍ତି ସୁନୀତା ।ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ଆଟଲାସ୍ ଭି ରକେଟ୍ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶ ଯାନରେ ନିର୍ଦ୍ଧାରିତ ସମୟ ଅନୁସାରେ ଉଭୟ ମହାକାଶକୁ ଯାତ୍ରା କରିଛନ୍ତି। ନାସା ରିପୋର୍ଟ ଅନୁସାରେ, ମେ ୬ରେ ସେମାନେ ମହାକାଶ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା।

କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ଥର ଯାତ୍ରା ସ୍ଥଗିତ ରଖାଯାଇବା ପରେ ଗୁରୁବାର ସଫଳତାପୂର୍ବକ ଉଡ଼ାଣ ଭରିଛନ୍ତି ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର।ସୁନୀତା ୱିଲିୟମ୍ସଙ୍କର ମହାକାଶ ଅଭିମୁଖେ ଏହା ତୃତୀୟ ଉଡାଣ । ଏହା ପୂର୍ବରୁ ୫୯ ବର୍ଷୀୟ ସୁନୀତା ୨୦୦୬ ମସିହା ଡିସେମ୍ବର ୯ରେ ‘ଡିସକଭରି’ ମହାକାଶ ଅଭିଯାନରେ ମହାକାଶ ଯାତ୍ରା କରିଥିଲେ । ସେହିପରି ୨୦୧୨ ମସିହାରେ କାଜାଖାସ୍ଥାନରୁ ସୋୟୁଜ୍- ୦୫ ଏମ ରକେଟ ଜରିଆରେ ମହାକାଶ ଅଭିମୁଖେ ଯାଇଥିଲେ ସୁନୀତା ।

ଅଧିକ ପଢନ୍ତୁ