ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ଏହି ବିଶେଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ-ଉଲ-ଫିତର ପୂର୍ବ ସାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହି ପର୍ବ ଭାଇଚାରା, ସହଯୋଗ ଏବଂ କରୁଣାର ଭାବନାକୁ ସୁଦୃଢ଼ କରିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଶବାସୀଙ୍କୁ ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ସେ ଲେଖିଛନ୍ତି, ‘ଇଦ-ଉଲ-ଫିତରର ଶୁଭେଚ୍ଛା।’ ଏହି ପର୍ବ ଆମ ସମାଜରେ ଆଶା, ସଦୟତା ଏବଂ ଦୟା ଭାବନାକୁ ଆହୁରି ସୁଦୃଢ଼ କରୁ। ତୁମର ସମସ୍ତ ପ୍ରୟାସରେ ଖୁସି ଏବଂ ସଫଳତା ମିଳୁ। ଇଦ ଶୁଭେଚ୍ଛା!
