ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ତେବେ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିପାରିବେ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ସୂଚନା ଅନୁସାରେ ଆଜି ଆଇଟିଆର ଦାଖଲ କରାଯାଇପାରିବ ।କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କହିଛି ଯେ ଆକଳନ ବର୍ଷ ୨୦୨୫-୨୬ ପାଇଁ ଆୟକର ଦାଖଲ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେବାରେ ପରିବର୍ତ୍ତନ ସମ୍ପର୍କରେ CBDT ସ୍ପଷ୍ଟ କରିଛି ଯେ ଇ-ଫାଇଲିଂ ପୋର୍ଟାଲ ୧୬ସେପ୍ଟେମ୍ବର ଦିନ ୧୨:୦୦ ରୁ ୨:୩୦ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣରେ ରହିବ।
