ଇନଷ୍ଟାଗ୍ରାମରୁ ପ୍ରେମ ଆଉ ଆମେରିକା ଛାଡ଼ି ଆସିଲେ ଆନ୍ଧ୍ର

ଆଜିର ଡିଜିଟାଲ ଯୁଗରେ, ପ୍ରେମ କାହାଣୀ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଅନେକ ହୃଦୟକୁ ଯୋଡ଼ିବାରେ କାମ କରିଛି। ଆଉ ଏପରି କିଛି ହୋଇଛି ଆମେରିକା ଝିଅ ଜ୍ୟାକଲିନ୍ ଏବଂ ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ସହ ।

ଜ୍ୟାକଲିନ୍ ଆମେରିକାର ଝିଅ, ଆଉ ଏହି ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ହ୍ୟାଲୋରୁ। ଆନ୍ଧ୍ରପ୍ରଦେଶ ପୁଅ ଚନ୍ଦନଙ୍କ ପ୍ରେମରେ ପାଗଳ ହେଲେ ଆମେରିକାର ଝିଅ। ସବୁକିଛି ଛାଡ଼ି ସାତ ଦରିଆ ପାର ହୋଇ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି ଜ୍ୟାକଲିନ୍।ଚନ୍ଦନ ଆନ୍ଧ୍ରର ଏକ ଛୋଟ ଗାଁରେ ରହୁଛନ୍ତି ଜ୍ୟାକଲିନ୍ ସେହିଠାରୁ ତାଙ୍କ ନୂଆ ଜୀବନ ଆରମ୍ଭ କରିବାକୁ ପହଞ୍ଚିଛନ୍ତି।ଆମେରିକାରେ ରହୁଥିବା ଜ୍ୟାକଲିନ ପେଶାରେ ଜଣେ ଫଟୋଗ୍ରାଫର। ସେ ଚନ୍ଦନର ଇନଷ୍ଟାଗ୍ରାମ ପ୍ରୋଫାଇଲ ଦେଖିଲେ ଏବଂ ତାଙ୍କ ସରଳତା, ଉଷ୍ମତା ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତିରେ ଆକର୍ଷିତ ହେଲେ। ଜ୍ୟାକଲିନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଚନ୍ଦନଙ୍କ ସହ ତାଙ୍କର ପ୍ରଥମ ବାର୍ତ୍ତାଳାପ ବିଷୟରେ କହିଥିଲେ, ‘ମୁଁ ପ୍ରଥମେ ଚନ୍ଦନଙ୍କୁ ମେସେଜ କରିଥିଲି ଏବଂ ତାଙ୍କ ପ୍ରୋଫାଇଲ ଦେଖିବା ପରେ, ମୁଁ ଅନୁଭବ କଲି ଯେ ସେ ଜଣେ ଉତ୍ସାହୀ ଖ୍ରୀଷ୍ଟିଆନ ଯିଏ ଧର୍ମଶାସ୍ତ୍ରରେ ଆଗ୍ରହୀ।’୧୪ ମାସ ମଧ୍ୟରେ, ସେମାନଙ୍କର ପ୍ରେମ ଏତେ ଗଭୀର ହେଲା ଯେ ସେମାନେ ପରସ୍ପର ବିନା ବଞ୍ଚିବା ବିଷୟରେ ମଧ୍ୟ ଭାବି ପାରିନଥିଲେ। ଏବେ ଏହି ଯୋଡ଼ି ଭାରତରେ ବିବାହ କରିବେ। ଜ୍ୟାକଲିନ୍ ଏବଂ ଚନ୍ଦନ ମଧ୍ୟ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଛନ୍ତି ।ଯେଉଁଠାରେ ସେମାନେ ସେମାନଙ୍କର ପ୍ରେମ କାହାଣୀ ଏବଂ ପରସ୍ପର ସହିତ ବିତାଇଥିବା ବିଶେଷ ମୁହୂର୍ତ୍ତର ଭିଡିଓ ସେୟାର କରନ୍ତି ।

ଅଧିକ ପଢନ୍ତୁ

Odisha Darpan Digital