ଇନ୍‌ଷ୍ଟାଗ୍ରାମରେ ପ୍ରେମ: ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କଲେ ଯୁବକ

ବାଲେଶ୍ବର ଜିଲା ଜଳେଶ୍ୱର ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଝିଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଯୁବକ ପଞ୍ଚାନନ। ପ୍ରହରାଜପୁର ଗ୍ରାମର ମଦନ ପାତ୍ରଙ୍କ ଭିନ୍ନକ୍ଷମ ଝିଅ ଅନ୍ନପୂର୍ଣ୍ଣା ଜଳେଶ୍ୱର ଡିଗ୍ରୀ କଲେଜରେ ପଢ଼ୁଥିବାବେଳେ ଦକ୍ଷିଣ ପ୍ରହରାଜପୁର ଗାଁର ସଞ୍ଜୟ ଜେନାଙ୍କ ପୁଅ ପଞ୍ଚାନନ ଓରଫ କାହ୍ନାଙ୍କ ସହିତ ୨ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ପ୍ରଥମେ ଚାଟିଂ କରୁ କରୁ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ଅନ୍ନପୂର୍ଣ୍ନା ଦିବ୍ୟାଙ୍ଗ ହୋଇଥିବା ଜଣାଇ ଥିଲେ ମଧ୍ୟ ପଞ୍ଚାନନଙ୍କୁ କିଛି ଫରକ ପଡି ନଥିଲା ।

ଦୁହେଁ ନିଜ ପ୍ରେମ ଗାଡିକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇ ଥିଲେ । ଆଉ ପରିବାର ଲୋକଙ୍କ ସହମତିରେ ଏବେ ଉଭୟଙ୍କର ହାତଗଣ୍ଠି ପଡିଛି । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ ବାର୍ଡ ।ଝିଅ ହୁଇଲ ଚେୟାରରେ ବେଦୀ ନିକଟକୁ ଆସିବା ପରେ ବରପକ୍ଷ ପରିବାର ଓ ଜ୍ଞାତି କୁଟୁମ୍ବ ତାଙ୍କୁ ଆଶୀର୍ବାଦ କରିଥିଲେ।

ଅଧିକ ପଢନ୍ତୁ