ଜଳବାୟୁ ପରିବର୍ତନ ସାଙ୍ଗକୁ ଦିନକୁ ଦିନ ନୂଆ ରୋଗ ଶୃଷ୍ଟି କରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଫାର୍ମରସ ଫଟିଲାଇଜର କୋ-ଅପରେଟିଭ ଲିମିଟେଡ଼ (ଇ.ଫ୍.କୋ.) ପକ୍ଷରୁ ରଣପୁର ବ୍ଲକର ସାନଗଡ ସ୍ଥିତ ଇଫକୋ ବଜାର ପରିସରରେ ନାନୋ ସାର ଓ ଜଳ ଦ୍ରବଣୀୟ ସାର ସମ୍ୱନ୍ଧିତ ଏକ ବୈଜ୍ଞାନିକ ଫସଲ ଆଲୋଚନା ଚକ୍ର ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ କୃଷି ବିଭାଗର ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଯୋଗଦେଇ କୃଷି ବିଭାଗର ବିଭିନ୍ନ ସ୍କିମ ବିଷୟରେ ଆଲୋକପାତ କରିଥିଲେ। ଚାଷୀ କ୍ଷେତରେ ଦାନାଦାର ସାର ପ୍ରୟୋଗ କରିବା ଦ୍ବାରା ଗଛ କିଛି ସାର ଗ୍ରହଣ କରୁଛି। ଆଉ କିଛି ମାଟିରେ ନଷ୍ଟ ହେଇଯାଉଛି। ଏହାଦ୍ବାରା ମୃତିକା ମଧ୍ଯ ନଷ୍ଟ ହେଉଛି। ତେଣୁ ନାନୋ ଡ଼ି.ଏ.ପି. (ତରଳ), ନାନୋ ୟୁରିଆ ପ୍ଲସ (ତରଳ), ସାଗରୀକା, ନାନୋ ଜିଙ୍କ ଓ ନାନୋ କପର ବ୍ୟବହାର କରି କିପରି ଚାଷୀ ଭାଇ କମ ଖର୍ଚରେ ଅଧିକ ଉତ୍ପାଦାନ କରିପାରିବେ ସେ ଦିଗରେ ମଧ୍ୟ ଆଲୋଚନା କରିଥିଲେ ଓ ଉପସ୍ଥିତ ସମସ୍ତ ଚାଷୀ ମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।
କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ ଫସଲ ସୁରକ୍ଷା ବିଭାଗ ବୈଜ୍ଞାନିକ ଡ଼. ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ରହି ବିଭିନ୍ନ ଫସଲରେ ରୋଗ ପୋକର ନିରାକରଣ କିପରି କରିହେବ ସେ ବିଷୟରେ ବୁଝାଇଥିଲେ। ଇଫକୋର ରାଜ୍ୟ ବିପଣନ ପ୍ରବନ୍ଧକ ଡ଼. ସୌମିକ କୁମାର ମଣ୍ଡଳ ଉପସ୍ଥିତ ରହି ନାନୋ ସାରର ପ୍ରୟୋଗ ଓ ଜୈବିକ ସାରର ପ୍ରୟୋଗ ସମ୍ୱନ୍ଧରେ ସମସ୍ତ ଚାଷୀମାନଙ୍କୁ ବୁଝାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୁରୁଷୋତ୍ତମ ସୁବୁଦ୍ଧି, ସହ କୃଷି ଅଧିକାରୀ, ରଣପୁର, ଶ୍ରୀକାନ୍ତ କୁମାର ସାହୁ, ସହ ଉଦ୍ୟାନ ଅଧିକାରୀ, ଇଫକୋ ଏମ.ସି.ର ଆଞ୍ଚଳିକ ପ୍ରବନ୍ଧକ ଉପସ୍ଥିତ ରହି ଚାଷର ଉନ୍ନତି ଉପରେ ବକ୍ତବ୍ୟ ଦେଇଥିଲେ।
କାର୍ଯ୍ୟକ୍ରମରେ ଚାଷୀ ଦେବୀ ପ୍ରସାଦ ସାମନ୍ତରାୟ ସଭାପତିତ୍ୱ କରିଥିବାବେଳେ ଇଫକୋର କ୍ଷେତ୍ର ପ୍ରବନ୍ଧକ ସୌମ୍ୟ ରଞ୍ଜନ ହାତୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଇଫକୋ ବଜାରର ସେଲସ ଅଫିସର ପ୍ରତାପ କୁମାର ସାମନ୍ତସିଂହାର କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ତିନି ଶହରୁ ଉଦ୍ଧ ଚାଷୀ ଉପସ୍ଥିତ ରହିଥିଲେ।
