ଇଭି ଷ୍ଟେସନ ନିର୍ମାଣ ଓ ସୌରଚାଳିତ ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି: ଶ୍ରୀ ସିଂହଦେଓ

ଭାରତ ଆଜି ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇପାରିଛି l ଏଥିରେ ଓଡ଼ିଶାର ମଧ୍ୟ ଯୋଗଦାନ କିଛି କମ୍ ନୁହେଁ l ବିକଶିତ ଓଡ଼ିଶା ଲକ୍ଷ୍ୟରେ ଅଗ୍ରସର ହେବାକୁ ହେଲେ ପ୍ରଥମେ ଆମକୁ ସବୁଜ ଶକ୍ତି ବା ଅକ୍ଷୟ ଶକ୍ତିର ବ୍ୟବହାରରେ ବୃଦ୍ଧି କରିବାକୁ ହେବ| ବିକଶିତ ଓଡ଼ିଶା ଲକ୍ଷ୍ୟରେ ଅଗ୍ରସର ହେବାକୁ ହେଲେ ପ୍ରଥମେ ଆମକୁ ସବୁଜ ଶକ୍ତି ବା ଅକ୍ଷୟ ଶକ୍ତିର ବ୍ୟବହାରରେ ବୃଦ୍ଧି କରିବାକୁ ହେବ। ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ସବ୍‌ସିଡି ଜରିଆରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ସହିତ ସାରା ଓଡ଼ିଶାରେ ବିଦ୍ୟୁତ ଚାଳିତ ଯାନର ଚାର୍ଜିଂ ପାଇଁ ଇଭି ଷ୍ଟେସନ ନିର୍ମାଣ ପାଇଁ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି। ଏଥିପାଇଁ ଓଡ଼ିଶା ଇଭି ପଲିସି ଖୁବଶୀଘ୍ର ଅଣାଯିବ ବୋଲି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମତପ୍ରକାଶ କରିଛନ୍ତି lଏହି ପରିପ୍ରେକ୍ଷିରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସର୍ଭୋଟେକ ନାମକ ସଂସ୍ଥା ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସୌରଚାଳିତ ବିଦ୍ୟୁତ ଉତ୍ପାଦନ ଏବଂ ରାଜ୍ୟରେ ଇଭି ଷ୍ଟେସନ ନିର୍ମାଣ ବିଷୟରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ l ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମି ଖୁବ ସୁଦୃଢ ଅଛି l ଦେଶର ପ୍ରମୁଖ ୧୦ ଟି ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ମଧ୍ୟରେ ଓଡ଼ିଶାର ତିନୋଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ସ୍ଥାନ ଅଧିକାର କରିଛନ୍ତି l ଏତଦବ୍ୟତୀତ ଓଡ଼ିଶାର ବିଦ୍ୟୁତ ପରିଚାଳନା ମଡେଲକୁ ଆପଣେଇବା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ମଧ୍ୟ ଆଗ୍ରହ ପ୍ରକାଶ କରି ପ୍ରତିନିଧିଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଇଥିଲେ l

ଅଧିକ ପଢନ୍ତୁ

kc ads