ଇରାନ ଶକ୍ତି କେନ୍ଦ୍ର ଗୁଡ଼ିକ ଉପରେ ଆଉ ୧୦ଦିନ ଆକ୍ରମଣ କରିବନି ଆମେରିକା

ଇରାନର ଶକ୍ତି କେନ୍ଦ୍ର ଉପରେ ୧୦ଦିନ ଆକ୍ରମଣ କରିବନି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୁଇ ରାଷ୍ଟ୍ର ଭିତରେ ଆଲୋଚନା ସକରାତ୍ମକ ଭାବେ ଚାଲିଥିବାରୁ ଏପ୍ରିଲ ୬ତାରିଖ ଯାଏଁ ଆକ୍ରମଣ କରିବନ ବୋଲି କହିଛନ୍ତି।ତେବେ ଏହା ସମ୍ପୂର୍ଣ୍ଣ ଯୁଦ୍ଧବିରତି ବା ଅସ୍ଥାୟୀ ଭାବେ ରହିବ ତାହା ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ଏହାକୁ ଖଣ୍ଡନ କରି ମିଛ ବୋଲି କହିଛି ଇରାନ । କୌଣସି ଆଲୋଚନା ହୋଇନି କିମ୍ବା ଆମେ କୋଣସି ଅନୁରୋଧ କରିନୁ ବୋଲି ସ୍ପଷ୍ଟ ଭାବେ କହିଛି ଇରାନ । ଏହା ପୂର୍ବରୁ ମଧ୍ୟ ଗତ ସୋମବାର ଦିନ ୫ ଦିନିଆ ଯୁଦ୍ଧବିରତି ବୋଲି କହିଥିଲେ ଟ୍ରମ୍ପ । ସେତେବେଳେ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲା ଇରାନ ।

ଗତକାଲି ଯୁଦ୍ଧ ଭିତରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗୋଟିଏ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନ ତାଙ୍କୁ ସର୍ବୋଚ୍ଚ ନେତା କରିବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସେ ଏଥିପାଇଁ ଧନ୍ୟବାଦ କହି ମନା କରିଦେଇଥିଲେ । ଟ୍ରମ୍ପ ବାରମ୍ବାର ଦାବି କରିଆସୁଛନ୍ତି ଯେ ଦୁଇ ଦେଶ ଭିତରେ ଆଲୋଚନା ଚାଲିଛି ଓ ଇରାନ ବୁଝାମଣା କରିବାକୁ ଚାହୁଁଛି । କିନ୍ତୁ ଇରାନ ଏହି ଦାବିକୁ ଖଣ୍ଡନ କରିଛି ।ତଥାପି, ଏହି ପଦକ୍ଷେପ ଯୁଦ୍ଧବିରତିର ଆରମ୍ଭକୁ ପ୍ରତିନିଧିତ୍ୱ କରୁଛି ନା ଯୁଦ୍ଧ ପୁଣି ଆଗକୁ ବଢ଼ିବ, ତାହା ଆଗାମୀ ଦିନରେ ନିର୍ଣ୍ଣୟ କରାଯିବ।

ଅଧିକ ପଢନ୍ତୁ