ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ- ଗଜପତି ମହାରାଜ

ଶ୍ରୀମନ୍ଦିରର ନିୟମକୁ ମାନୁନି ଇସ୍କନ । ପରମ୍ପରା ଭାଙ୍ଗି ବାରମ୍ବାର କରୁଛି ଅଦିନିଆ ରଥଯାତ୍ରା । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜଙ୍କ ଉଦବେଗ । ଦୁର୍ଭାଗ୍ୟଜନକ କହିଲେ ବରିଷ୍ଠ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ । ବାରମ୍ବାର ଇସ୍କନ ପକ୍ଷରୁ ଜଗନ୍ନାଥଙ୍କ ନୀତି କ୍ରାନ୍ତି ଭୁଲ ଭାବେ ପ୍ରଦର୍ଶନ ହେଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତିଙ୍କ ଦ୍ଵାରା ଇସ୍କନକୁ ଏନେଇ ଚିଠି ଲେଖାଯାଇଛି । ଇସ୍କନ ଗୋବର୍ଦ୍ଧନ ଦାସ ମହାରାଜଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୦୦ ପୃଷ୍ଠାର ଏକ ଦସ୍ତାବିଜ୍ ପ୍ରଦାନ କରାଯାଇଛି । ଶିଳା ପ୍ରଭୁପାଦଙ୍କ ଦ୍ଵାରା ଏହି ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ଏହା ନୀତି ମୁତାବକ ହେଉଥିଲା । ପରେ ତାଙ୍କର ଦେହାନ୍ତ ପରେ ଏହି ନୀତି ବିରୋଧୀ କାର୍ଯ୍ୟକ୍ରମ କରୁଛି ଇସ୍କନ ବୋଲି ଗଜପତି ମହାରାଜ କହିଛନ୍ତି ।ଏହାକୁ ପଢ଼ିବା ପରେ କେତେ ବଡ଼ ଭୁଲ ପ୍ରାୟ ୫୦ ବର୍ଷ ମଧ୍ୟରେ ହୋଇଛି ତାହାକୁ ବୁଝିହେବ । ଶିଳା ପ୍ରଭୁପାଦଙ୍କ ଦ୍ଵାରା ଏହି ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ଏହା ନୀତି ମୁତାବକ ହେଉଥିଲା । ପରେ ତାଙ୍କର ଦେହାନ୍ତ ପରେ ଏହି ନୀତି ବିରୋଧୀ କାର୍ଯ୍ୟକ୍ରମ କରୁଛି ଇସ୍କନ । ଚଳିତ ବର୍ଷ ତିଥି ବାହାରେ ୬୮ ଟି ଜାଗାରେ ଇସ୍କନ ପକ୍ଷରୁ ରଥଯାତ୍ରା ହୋଇଛି । ଇସ୍କନ ସହ ଏନେଇ ବହୁବାର ଆଲୋଚନା ହୋଇଥିଲା । ଇସ୍କନ ଭାରତ ସହ ୨୧ ଜୁଲାଇ ୨୦୨୧ ନିଷ୍ପତି ନେଇଥିଲେ ଯେ ନୀତି ନିର୍ଦ୍ଧାରିତ ସମୟ ମଧ୍ୟରେ ରଥଯାତ୍ରା ଆୟୋଜିତ ହେଉଛି । ହେଲେ ଦେଶ ବାହାରେ ଏହା ଅଦିନିଆ ଭାବେ ପାଳନ କରାଯାଉଛି ।

ବହୁ ଅନୁଧ୍ୟାନ ପରେ ଭାରତ ଓ ବିଦେଶରେ ଜୁଲାଇ ପର୍ଯ୍ୟନ୍ତ ୪୦ ଟି ଜାଗାରେ ସ୍ନାନଯାତ୍ରା ଆୟୋଜିତ ହୋଇଛି ବୋଲି ଜଣାଯାଇଛି । ଅନେକ ଚିଠି ସ୍ଵତେ ଇସ୍କନ ମୂଳ ସଂସ୍ଥା ନେଉନାହାନ୍ତି । ଏହା ହେଉଛି ପୂର୍ଣ୍ଣାଙ୍ଗ ନିଷ୍ପତି ଯାହାକି ଗତ ୩ ତାରିଖରେ ନିଜର ନିଷ୍ପତି ନେଇଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି । କେବଳ ଜେଷ୍ଟ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ନବଦିନାତ୍ମକ ଯାତ୍ରା ସମୟ ମଧ୍ୟରେ ହିଁ ରଥଯାତ୍ରା ହେଉ । ମହାପ୍ରଭୁ ଜଗନ୍ନାଥ ଙ୍କ ନିଜ ଆଦେଶ ଏହା ଯେ କେଉଁ ସମୟରେ କେଉଁ ଯାତ୍ରା ହେବ ତାହା ମହାପ୍ରଭୁ ନିର୍ଧାରଣ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ରଥଯାତ୍ରା ବିଧି ଅନୁଯାୟୀ ୨୭ ଜୁନରେ ହେବା କଥା । ହେଲେ ଚଳିତବର୍ଷ ଆମେରିକାରେ ମାର୍ଚ୍ଚ ୩୧ରେ ଓ ରଥଯାତ୍ରା ପୂର୍ବରୁ ୩୫ ଜାଗାରେ ରଥଯାତ୍ରା ପାଳନ କରାଯାଇଛି । ଚଳିତବର୍ଷ ୨୭ ସେପ୍ଟେମ୍ବରରେ ଆମେରିକାରେ ପୁଣି ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧ କରୁଛି । ଶାସ୍ତ୍ର ଓ ପରମ୍ପରାକୁ ଭଙ୍ଗ କରୁଛି ଇସ୍କନ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅବେଗକୁ କୁଠାରାଘାତ କରୁଛି ।

ଅଧିକ ପଢନ୍ତୁ