ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ପରିସରକୁ ଆସିବା ପରଠାରୁ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି। ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ବିଜେପି ଦାବିକରୁଛି। ହେମନ୍ତ ସୋରେନ ଏପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ୭ଟି ନୋଟିସ୍ ଟାଳି ସାରିଲେଣି। ଏଣୁ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯିବା ଆଶଙ୍କାରେ ଏପରି ପ୍ରସ୍ତୁତି ଚାଲିଥିବା କୁହାଯାଇଛି।ଏଥିରେ ବିଜେପି କହିଛି ଯେ ଯଦି ହେମନ୍ତ ସୋରେନଙ୍କୁ ଗିରଫ କରାଯାଏ ତେବେ ବିହାରରେ ଲାଲୁ-ରାବଡୀ ଭଳି ଝାଡଖଣ୍ଡରେ ହେମନ୍ତ ତାଙ୍କ ପତ୍ନୀଙ୍କୁ କ୍ଷମତା ସମର୍ପଣ କରିପାରନ୍ତି। ତେବେପ୍ରସଙ୍ଗରେ ଝାମୁମୋ ଏବେବ ନିରବତା ଅବଲମ୍ବନ କରୁଛି।
ହେମନ୍ତ ସୋରେନଙ୍କୁ ଇଡିଙ୍କ ସପ୍ତମ ନୋଟିସ୍ର ସମୟ ବିତିବାର ତୁରନ୍ତ ବାଦ ସରଫରାଜ ଅହମ୍ମଦ ଇସ୍ତଫା ଦେଇଛନ୍ତି। ବିଜେପି ଅନୁସାରେ କଳ୍ପନାଙ୍କୁ ନିର୍ବାଚନରେ ଛିଡା କରିବା ପାଇଁ ସୁରକ୍ଷିତ ଆସନକୁ ଖାଲି କରାଯାଇଛି।୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ଆଶଙ୍କା କରାଯାଉଛି । ଝାଡଖଣ୍ଡରେ ଜମିର କିସମ ପରିବର୍ତ୍ତନ ଦୁର୍ନୀତି ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇସାରିଲେଣି ୧୪ ଅଭିଯୁକ୍ତ ।