ଇସ୍ରାଏଲରୁ ଗାଁକୁ ଫେରିଲେ ୬ଜଣ ଓଡ଼ିଆ ଛାତ୍ର । ଇରାନ-ଇସ୍ରାଏଲ ଯୁଦ୍ଧ ପରିସ୍ଥିତିରେ ଓଡ଼ିଶା ଫେରିଛନ୍ତି ଇସ୍ରାଏଲରେ ରହି ପାଠ ପଢ଼ୁଥିବା ଛାତ୍ର ।ଏହାକୁ ନେଇ ତେଲ ଆଭିଭରେ ପିଏଚଡି କରୁଥିବା ଜଣେ ଛାତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ସାଇରନ ବାଜିବା ମାତ୍ରେ ବଙ୍କର ଭିତରକୁ ଆମକୁ ଯିବାକୁ ପଡୁଥିଲା। ଆଜି ଆମେ କେବଳ ସରକାରଙ୍କ ପାଇଁ ଏଠାରେ ସୁରକ୍ଷିତାରେ ପହଞ୍ଚି ପାରିଛୁ।ସରକାର ସୀମା ପାର କରାଇବାରେ ପୁରା ସହଯୋଗ କରିଛନ୍ତି। ସେଠାରେ ଆମେ ଅନ୍ୟ ଦେଶର ପିଲାଙ୍କ ପରି ସମସ୍ୟା ମଧ୍ୟ ସାମ୍ନା କରିନାହୁଁ। ଘରେ ସୁରକ୍ଷିତ ପହଞ୍ଚିବା ପରେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସମସ୍ତ ଇସ୍ରାଏଲ ଫେରନ୍ତା ।
