ଇସ୍ରାଏଲରେ ଚାକିରୀ ଦେବାକୁ କହି ଠକେଇ ।

ଇସ୍ରାଏଲରେ ଚାକିରି ଦେବାକୁ କହି ଠକେଇ । ଏଥିରେ ସମ୍ପୃକ୍ତି ନେଇ ୩ ମାଷ୍ଟରମାଇଣ୍ଡ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଘର ମୁମ୍ବାଇ ବୋଲି ଜଣାପଡିଛି ।ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଗତକାଲି ଚାଲିଥିଲା ହେଇ ଫେକ ନିଯୁକ୍ତି ମେଳା । ଯେଉଁଠାରେ ଓଡ଼ିଆ ଯୁବକ ମାନଙ୍କୁ ଚାକିରି ପାଇଁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ମଗାଯାଉଥିଲା । ପ୍ରଥମ କିସ୍ତିରେ କିଛି ଚାକିରି ଆଶାୟୀଙ୍କ ଠାରୁ ୭୦ ହଜାର ଟଙ୍କା ଲେଖାଏଁ ନିଆଯାଇଥିଲା । ଏ ନେଇ ଲେବର କମିଶନ ନିକଟରେ ଅଭିଯୋଗ ହେବା ପରେ ତୁରନ୍ତ ଖାରବେଳନଗର ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଆଧାରରେ ୩ ଯୁବକଙ୍କୁ ଗିରଫ କରାଯାଇଛି ।ନକଲି ଅଫର ଲେଟର ଓ ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଠକୁଥିଲେ।

ଅଧିକ ପଢନ୍ତୁ

kc ads