ଇସ୍ରାଏଲ ଇରାନ ସହ ଯୁଦ୍ଧରେ ବିଜୟୀ ହେବ -ନେତନ୍ୟାହୁଙ୍କ ଦାବି

ଖୁବଶୀଘ୍ର ଶେଷ ହେବ ଇରାନ୍ ସହ ଯୁଦ୍ଧ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନୟାହୁ ଏଭଳି ବଡ଼ ବୟାନ ଦେଇଛନ୍ତି । ଯୁଦ୍ଧ କରିବାକୁ ଇରାନ୍ ପାଖରେ ଆଉ କିଛି ନାହିଁ । ମୋର ନାଁରେ ମିଛ ପ୍ରଚାର ହେଉଛି ।ମୁଁ ଜୀବିତ ଅଛି ଏବଂ ଆପଣମାନେ ସମସ୍ତେ ଏହାର ସାକ୍ଷୀ । ଇରାନର ପରମାଣୁ ଓ ମିଶାଇଲ ଶକ୍ତିକୁ ଶେଷ କରିବା ଆମର ଲକ୍ଷ୍ୟ। ସେ ଆହୁରି ମଧ୍ୟ କହିଛନ୍ତି, ଇରାନ ଶାସନ ବ୍ୟବସ୍ଥା କେବଳ ଇସ୍ରାଇଲ ପାଇଁ ନୁହେଁ । ଏହା ସାରା ବିଶ୍ଵପାଇଁ ବିପଦ।ଏହି ଯୁଦ୍ଧରେ ଇସ୍ରାଏଲ ବିଜୟୀ ବୋଲି ମଧ୍ୟ କହିଛନ୍ତି ନେତନ୍ୟାହୁ । ଏଥିସହ ଆମେରିକାକୁ ଏହି ଯୁଦ୍ଧରେ ଏଣ୍ଟ୍ରି କରିବାକୁ ଉସକେଇଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଏମିତି କେହି ଅଛି କି ଯିଏ ଟ୍ରମ୍ପଙ୍କୁ କହି ପାରିବ କେଉଁଟା ଠିକ୍ କେଉଁଟା ଭୁଲ୍ । ଡୋନାଲ୍ଡ ଟ୍ରମ୍ପ ଯାହା କରନ୍ତି, ତାଙ୍କ ନିଜସ୍ୱ ଇଚ୍ଛାରେ କରନ୍ତି ବୋଲି କହିଛନ୍ତି ବେଞ୍ଜାମିନ୍ ନେତନ୍ୟାହୁ । ଇରାନର ଅଏଲ ଫିଲ୍ଡ ଉପରେ ଆକ୍ରମଣ ନକରିବାକୁ ଇସ୍ରାଏଲକୁ ଆମେରିକା କହିଥିଲା ବୋଲି ମଧ୍ୟ ସେ କହିଛନ୍ତି । ହର୍ମୁଜ ଷ୍ଟ୍ରେଟ୍‌କୁ ନେଇ ଇରାନ ଦେଉଥିବା ଧମକକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି । କୌଣସି ଦେଶକୁ ଧମକ ଦେବା ଆଦୌ ବରଦାସ୍ତ କରାଯିବ ନାହିଁ । ବରଂ ହର୍ମୁଜ ଷ୍ଟ୍ରେଟ୍ ଦେଇ ତୈଳ ରପ୍ତାନୀ ଆମଦାନୀ କମ୍ କରିବା ସହ ପାଇପ ଲାଇନ୍ ନିର୍ମାଣ କରି ତୈଳ ପଠଯିବା ବ୍ୟବସ୍ଥା କରାଯିବା ଦରକାର ବୋଲି କହିଛନ୍ତି ।

ଅଧିକ ପଢନ୍ତୁ