ଇସ୍ରାଏଲ ଶୁକ୍ରବାର ସକାଳେ ଇରାନ ଉପରେ ଆକ୍ରମଣ କରିଦେଇଛି ।

ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର ଆକ୍ରମଣକୁ ପ୍ରତିହତ କରି ପ୍ରତିଶୋଧ ନେଇ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲ ଶୁକ୍ରବାର ସକାଳେ ଇରାନ ଉପରେ ଆକ୍ରମଣ କରିଦେଇଛି । ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ମିସାଇଲ ମାଡ କରିଛି ଇସ୍ରାଏଲ । ସପ୍ତାହେ ତଳେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ ଆଜି ଜବାବରେ ପାଲଟା ଆକ୍ରମଣ କରିଛି ।

ଇରାନର ସରକାରୀ ଏଜେନ୍ସି ଫାର୍ସର ସୂଚନା ଅନୁସାରେ ଇସଫାହନ ସହରରେ ଉତ୍ତର-ପଶ୍ଚିମ ଭାଗରେ ୩ ଥର ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳରେ ଅନେକ ଅଫିସର କୋଠାର ଝରକା ମଧ୍ୟ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଛି । ସୂଚନାମୁତାବକ ଇରାନର ଆଣବିକ କାରଖାନାକୁ ଟାର୍ଗେଟ କରି ଇସ୍ରାଏଲ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇସ୍ରାଏଲର ଆକ୍ରମଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇରାନ ପଶ୍ଚିମ ଦିଗରେ ଆକାଶ ମାର୍ଗକୁ ବନ୍ଦ କରିଦେଇଛି।ଏସବୁ ମଧ୍ୟରେ ଇରାନ ତେହେରାନ ଏବଂ ଏହାର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ବ୍ୟବସାୟିକ ବିମାନ ବନ୍ଦ କରିଦେଇଛି।

ଅଧିକ ପଢନ୍ତୁ