ଇସ୍ରୋର ନୂଆ ଅଧ୍ୟକ୍ଷ ଭି. ନାରାୟଣନ

କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ତଥା ମହାକାଶ ବିଭାଗର ସଚିବ ଭାବରେ ନିଯୁକ୍ତ କରିଛନ୍ତି। ସେ ଜାନୁଆରୀ ୧୪ରେ ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥଙ୍କ ଦାୟିତ୍ୱ ଗ୍ରହଣ କରିବେ। ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ । ରକେଟ ଓ ମହାକାଶଯାନ ପ୍ରପୁଲସନ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି ।

ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଯାନର ସି-୨୫ କ୍ରାୟୋଜେନିକ ପ୍ରୋକ୍ଟେର ସେ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ । ତାଙ୍କ ନେତୃତ୍ୱରେ ଇସ୍ରୋର ଏକ ଟିମ୍‌ ସି-୨୫ ଷ୍ଟେଜ୍‌ର ସଫଳ ବିକଶିତ କରିଥିଲା । ୧୯୮୪ରେ ନାରାୟଣ ଇସ୍ରୋରେ ଯୋଗ ଦେଇଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକ ହେବା ପୂର୍ବରୁ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଥିଲେ।ଏବେ ସେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଆସିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ISRO ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି।

ଅଧିକ ପଢନ୍ତୁ

Odisha Darpan Digital