ଉକୁଣୀ ନେଲା କୁନି ଝିଅର ଜୀବନ

ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ଉକୁଣୀ ପାଇଁ ଜଣେ ୧୨ ବର୍ଷିୟା ନାବାଳିକାର ଜୀବନ ଚାଲିଯାଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ । ସୂଚନା ଅନୁସାରେ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା ।ମା’ ସତ୍ୟଭାମା ସାହୁ ଲଣ୍ଡା ହେବାକୁ କହିଥିଲେ । ହେଲେ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ । ଏହାରି ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ । ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକେ କିଛି ଜାଣି ପାରିନଥିଲେ । ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା । ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଥିଲା ।

ଅଧିକ ପଢନ୍ତୁ